Author: Purva Paksha

ରାଜନୀତିରେ କେହି କାହାର ନୁହଁନ୍ତି। ଏ କଥା ପ୍ରମାଣ କରିଛି ବିଜୁ ଜନତିା ଦଳ। ଅତୀତରେ ମହିଳାଙ୍କ ସମ୍ମାନ ଓ ଅଧିକାର ରକ୍ଷା ଲାଗି ବିଜେଡି ଅନେକ ସଂଗ୍ରାମ କରିଛି। ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ଦେଶର ସମସ୍ତ ରାଜ୍ୟକୁ ଯାଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ସରକାରରେ ଥିବାବେଳେ ମହିଳା ବଳକୁ ଦଳର ଭୋଟ ଆହରଣ ପାଇଁ ବ୍ୟବହାର ବି କରିଛି। ହେଲେ ଆଜି ଯେତେବେଳେ ଦଳରେ ନେତୃତ୍ୱ ନେବାର ସୁଯୋଗ ଆସୁଛି ସେଠି ମହିଳାଙ୍କୁ କୋଣଠେସା କରାଯାଇଛି। ୨୪ ବର୍ଷ ଧରି କ୍ଷମତା ଭୋଗ କରିଥିବା ବିଜେଡି ମହିଳାଙ୍କୁ ବ୍ୟବହାର କରି ଅନେକ ଫାଇଦା ପାଇଛି। ଖାଲି ସାଧାରଣ ମହିଳା ନୁହଁନ୍ତି, ସରକାରୀ ମହିଳା ଅଧିକାରୀମାନଙ୍କୁ ମଧ୍ୟ ଦଳର ଭୋଟ ସଂଗ୍ରହ ପାଇଁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆଧାରରେ ଜଣେ ଅତ୍ୟନ୍ତ କ୍ଷମତାଶାଳୀ ମହିଳା ଅଧିକାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି…

Read More