Author: Purva Paksha

ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ମାମଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଠିକ୍‍ ଏତିକିବେଳେ ରାଜ୍ୟର ବିଜେପି ସରକାରକୁ ବଦନାମ୍‍ କରିବା ପାଇଁ ଶିକ୍ଷା ବିଭାଗରେ ଥିବା ପାଣ୍ଡିଆନ ଇକୋସିଷ୍ଟମ ଏବ ବଡ଼ ଖେଳ କରିଦେଇଛି। ସରକାରଙ୍କୁ ଏ ସମ୍ପର୍କରେ କିଛି ଜଣା ନାହିଁ। ଅକ୍ଟୋବର ମାସରେ ୧୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ମାମଲାଟି ଏହିପରି, ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ଗୁଡ଼ିକରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩, ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇ ନଭେମ୍ବର ମାସରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇ ୨୦୨୪ ଅକ୍ଟୋବର ମାସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ୧୬,୦୦୯ ଜଣ କନିଷ୍ଠ…

Read More