Author: Purva Paksha

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ। ୧୯୯୭ ମସିହା ଆଜିର ଦିନରେ ବିଜୁବାବୁ ଇହଧାମରୁ ବିଦାୟ ନେଇଥିଲେ। ମୃତ୍ୟୁ ପରେ ତାଙ୍କ ପ୍ରତି ଥିବା ଲୋକଙ୍କ ସମର୍ଥନ ବିଜୁ ଜନତା ଦଳ ପାଇଁ ଅପାର ଭୋଟରେ ପରିଣତ ହୋଇଥିଲା। ଏହାଦ୍ୱାରା ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ଯିଏ କେବେ ରାଜନୀତି ସହ ସମ୍ପୃକ୍ତ ନ ଥିଲେ ସେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ୨୪ ବର୍ଷକାଳ ମୁଖ୍ୟମନ୍ତ୍ରୀ ପଦବୀ ଅଳଂକୃତ କରିଥିଲେ। ଏହି ସମୟରେ ରାଜ୍ୟର ବିଭିନ୍ନ ସହର, ବଜାର, ଗଳିରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, ସ୍ମାରକୀ ଏତେ ପରିମାଣରେ ବଢ଼ିଲା ଯେ ଅନ୍ୟ ବରପୁତ୍ରମାନେ ହଜିଗଲେ ପ୍ରାୟ। ହେଲେ ଆଜି ସରକାର ବଦଳିଛି। ବିଜୁ ପୁତ୍ର ନବୀନ ଆଉ କ୍ଷମତାରେ ନାହାନ୍ତି। ବିଜେପି ଶାସନକୁ ଆସିବା ପରେ ଏହା ହେଉଛି ପ୍ରଥମ ଶ୍ରାଦ୍ଧ ଦିବସ ଆଉ ଏହିଦିନ ସମାନ୍ତରାଳଭାବେ ଆୟୋଜନ ହେଉଛି ହରେକୃଷ୍ଣ ମହତାବ ସ୍ମାରକୀ…

Read More