Author: Purva Paksha

ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ସାଧାରଣ ଲୋକମାନେ ଶାସନକୁ ଅନୁଭବ କରିପାରୁନଥିବା ଅଭିଯୋଗ ହୋଇ ଆସୁଛି। ଇତି ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା, ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିନପାରିବା, ବିଭିନ୍ନ ସମୟରେ ମନ୍ତ୍ରିମାନଙ୍କର ଦୂରଦୃଷ୍ଟିବିହୀନ ମନ୍ତବ୍ୟ ଆଦି ଚର୍ଚ୍ଚାକୁ ଆସିଛି। ଏପରିକି ଅଧିକାରୀମାନେ କି ପ୍ରକାର ନିଷ୍ପତ୍ତି ନେବେ ସେ ନେଇ ଠିକଣା ଦିଗଦର୍ଶନ ପାଇପାରୁନଥିବାରୁ ପରିସ୍ଥିତି ଜଟିଳ ହେଉଛି। ଲୋକମାନେ ଏବର ଶାସନକୁ ପୂର୍ବ ଶାସନ ସହ ତୁଳନା କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସର୍ବୋଚ୍ଚ ଶାସନମୁଖ୍ୟ ବୋଲି ବି କହିବାରେ ଥ-ଥ-ମ-ମ ହେଉଛନ୍ତି। କାରଣ ତାଙ୍କର ନିଜ କାର୍ଯ୍ୟାଳୟ ନିଜ ଅଧିନରେ ନାହିଁ ବରଂ ଆଉ କିଏ ଚଳାଉଛି ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ବାରମ୍ବାର ପରିବର୍ତ୍ତନ ଏହାକୁ ସ୍ପଷ୍ଟ କରୁଛି। କଥାରେ ଅଛି ପୁଅ ଯଦି ଯୋଗ୍ୟ ହେଲା ସଞ୍ଚୟ କରିବି କାହିଁକି? ପୁଅ ଯଦି ଅଯୋଗ୍ୟ ହେଲା ସଞ୍ଚୟ କରିବି…

Read More