Author: Purva Paksha

ଗୋଷ୍ଠୀ କନ୍ଦଳ ଓ ବିବାଦ ବିଜେଡିର ପିଛା ଛାଡ଼ୁ ନାହିଁ। ଆଜି ସଭାପତିଙ୍କ ନିର୍ବାଚନରେ ବି ନେତାମାନଙ୍କ ଆଚରଣ ଏହି ବିବାଦକୁ ଆହୁରି ଉତ୍କଟ କରିଛି। କାରଣ ବିଜେଡିରେ ପୁଣିଥରେ ସଭାପତି ଆସନ ଅଳଂକୃତ କରି ନବୀନ ପଟ୍ଟନାୟକ ଦଳରର କର୍ମୀଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିବାବେଳେ ଅନେକ ବରିଷ୍ଠ ନେତା ଓ ସାଂସଦଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି। ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ନ ଆସି ସେମାନେ ଏକ ପ୍ରକାର ଦଳୀୟ ନେତୃତ୍ୱଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି। କିଛିଦିନ ତଳେ ରାଜ୍ୟସଭାରେ ୱାକଫ୍‍ ବିଧେୟକ ପାଇଁ ଭୋଟ୍‍ ଦେବାବେଳେ ଦଳରେ ବିଭାଜନ ସାମ୍ନାକୁ ଆସିଥିଲା। ନବୀନଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର ବିରୋଧ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନେକ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ଇଙ୍ଗିତକୁ ଆଙ୍ଗୁଠି ଦେଖାଇଥିଲେ। କିଛି ନେତା ତ ସିଧାସଳଖ…

Read More