Author: Purva Paksha

ଏଗାର ମାସ ବିତିଗଲାଣି ମୁଖ୍ୟମନ୍ତ୍ରୀଙ୍କୁ ଖାପ ଖୁଆଇଲା ଭଳି ସଚିବଜଣେ ମିଳିପାରୁ ନାହାନ୍ତି। ରାଜ୍ୟରେ ଥିବା ବରିଷ୍ଠ ଆଇଏଏସ୍‍ ଅଧିକାରୀଙ୍କ ଉପରେ ଭରସା କରିପାରୁନାହାନ୍ତି ମୋହନ ସରକାର। ନିର୍ବାଚନ ସମୟରେ ବିଜେଡିକୁ ନାକରେ ପାଣି ପିଆଇଥିବା ବରିଷ୍ଠ ଆଇଏଏସ୍‍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ଭରସା କରି ବିଫଳ ହେବାରୁ ସେଥିରେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ଏବେ କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ସଚିବ। କେମିତି ଚାଲିବ ମୁଖ୍ୟମନ୍ତ୍ରୀଙ୍କ ଅଫିସ? ଏ ପ୍ରଶ୍ନ ଭିତରେ ଆଇଏଏସ୍‍ ଲବିରେ କିଛି ନାଁ ସାମ୍ନାକୁ ଆସିବାରେ ଲାଗିଲାଣି। ମୁଖ୍ୟମନ୍ତ୍ରୀଙ୍କ ସଚିବ ହେବା ଲାଗି ପ୍ରଥମ ଆବଶ୍ୟକତା ହେଉଛି ସରକାରଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ଆଗକୁ ବଢ଼ାଇବା। ସେ ଜଣେ ବରିଷ୍ଠ ଆଇଏଏସ୍‍ ଅଧିକାରୀ ହୋଇଥିବେ। ଯିଏ ମୁଖ୍ୟ ସଚିବଙ୍କଠାରୁ ତଳିଆ ପାହ୍ୟାର ହୋଇଥିଲେବି ତାଙ୍କୁ ବିଭିନ୍ନ ସମୟରେ ଦିଗଦର୍ଶନ ଦେବାର କ୍ଷମତା ରଖିପାରୁଥିବେ। କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅନେକ ସମୟରେ ସୁପର ସଚିବ ଭାବେ…

Read More