Author: Purva Paksha

ଓଡ଼ିଶାର ସାମାଜିକ ସଂରଚନାରେ ପଛୁଆ ବର୍ଗଙ୍କ ଭାଗ ହେଉଛି ପ୍ରାୟ ୪୫ରୁ ୫୫%। ଏମାନଙ୍କୁ କୌଣସି ପ୍ରକାରେ ନିଜ କବ୍‍ଜାକୁ ଅଣାଯାଇପାରିଲେ ଭୋଟ୍‍ ରାଜନୀତିରେ କ୍ଷମତା ପାଇବା ସହଜ ଓ ସରଳ ହୋଇଯିବ। ଏବେ ଏପରି କିଛି ଆକଳନ କରିଛନ୍ତି ରାଜ୍ୟର କିଛି ନେତା। ଖାଲି ସେତିକି ନୁହେଁ ନିଜେ ସାଧାରଣ ବର୍ଗର ହୋଇଥିଲେ ବି ଏହି ଜାତିଭିତ୍ତିକ ରାଜନୀତିକୁ ଆଶ୍ରା କରି ସେମାନେ ୨୦୨୯ ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛନ୍ତି। ବୟସର ଅପରାହ୍ଣରେ ପହଞ୍ଚିଥିଲେ ବି ନିର୍ବାଚନ ଜିତିବାର ମୋହ ତାଙ୍କୁ ରାଜ୍ୟର ଶାନ୍ତିପୂର୍ଣ୍ଣ ସହବସ୍ଥାନରେ ବିଷ ବୁଣିବାଠୁ ବିରତ ରଖିପାରୁନାହିଁ। ହେଲେ ତାଙ୍କୁ ଓଡ଼ିଶା ପୂର୍ବଭଳି ଜବାବ ଦେବ ନା ଉତ୍ତର ଭାରତର ପ୍ରବାହିତ ଧାରାରେ ଫାଇଦା ଦେବ? ଦେଶର ଦକ୍ଷିଣ-ପୂର୍ବ ଭାଗରେ ଏକ ଉପକୂଳିଆ ପରିବେଶରେ ଆମ ରାଜ୍ୟ ଓଡ଼ିଶା ଅବସ୍ଥିତ। ଏହାର ଅବସ୍ଥିତି, ଭାଷା, ଐତିହ୍ୟ ଓ ଅସ୍ମିତା ଅନ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। ଏହାର…

Read More