Author: Purva Paksha

ବଲାଙ୍ଗୀର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। କାରଣ କଂଗ୍ରେସ ଘରେ ପ୍ରବେଶ କରିଛନ୍ତି ବିଜେପି ମନ୍ତ୍ରୀ। ସେ ପୁଣି ଏମିତି ସେମିତି କଂଗ୍ରେସ ନେତା ନୁହଁନ୍ତି କି କୌଣସି ସାଧାରଣ ମନ୍ତ୍ରୀ ନୁହଁନ୍ତି। ଏକଦା ବିରୋଧୀ ଦଳ ନେତା ଥିବା ନରସିଂହ ମିଶ୍ରଙ୍କ ଘରେ ତାଙ୍କ ଦୁଇପୁତ୍ର ଓ ପରିବାର ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ। କିନ୍ତୁ ନରସିଂହଙ୍କ ପୁଅ ତଥା କଂଗ୍ରେସର ପରାଜିତ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର କରିଥିବା ଏକ କୃଷିଭିତ୍ତିକ ଫାର୍ମକୁ ଉଦ୍‍ଘାଟନ କରିବା ଏବଂ ଉଦ୍‍ଘାଟନ ପରେ ଘରେ ବସି ଅନେକ ସମୟ ଆଲୋଚନା କରିବା ନୂଆ ରାଜନୀତିକ ସମୀକରଣକୁ ସୂଚିତ କରୁଛି। ଏ ସମୀକରଣରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସୁଛି, ତାହା ହେଲା ବଲାଙ୍ଗୀରରେ ରାଜ ପରିବାରର ପ୍ରଭାବକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁଛନ୍ତି କି ଧର୍ମେନ୍ଦ୍ର ? ଏକ ଅଣକଂଗ୍ରେସ…

Read More