Author: Purva Paksha

ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଦୁଃଖସୁଖ ବୁଝିବା ଘଟଣା ସାରାରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳରେ ଥିଲେ ବି ତାଙ୍କୁ ସରକାରଙ୍କ ଅଭିଯୋଗ ଶୁଣାଣୀକୁ ଡକାଯାଇ ନାହିଁ। ଏହାଦ୍ୱାରା କୁଆଡ଼େ ମୋହନ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ହଟିଥିବା ଦେଖାଇବା ପାଇଁ ପ୍ରୟାସ ହୋଇଥିବା ଆଲୋଚନା ହେଉଛି। ଅବଶ୍ୟ ସମ୍ବଲପୁରରେ ପ୍ରଥମଥର ପାଇଁ ଏହା ଏକ ସରକାରୀ କାର୍ଯ୍ୟକ୍ରମ ବା ମନ୍ତ୍ରିମଣ୍ଡଳର ଅଭିଯୋଗ ଶୁଣାଣୀ ଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପ୍ରତି ସୋମବାର ଏହି ଭଳି ଅଭିଯୋଗ ଶୁଣାଣୀ ପାଇଁ ସରକାର ଗଠନ ପରେ ମୋହନ ମାଝୀ ସୂଚନା ଦେଇଥିଲେ। ପ୍ରଥମ ଦୁଇଟି ସୋମବାର ତ ବେଶ୍‍ ଜରଦସ୍ତ…

Read More