What's Hot
Author: Purva Paksha
Sindhu Water treaty: ଭାରତ ଓ ପାକିସ୍ତାନ ମଧ୍ୟରେ ତିନିଟି ଯୁଦ୍ଧ ପରେ ବି ଜଳବଣ୍ଟନ ଚୁକ୍ତି ଅତୁଟ ରହିଥିଲେ ମଧ୍ୟ ଏହାର ଭାଗ୍ୟ ଏବେ ଝୁଲିବା ଅବସ୍ଥାରେ ରହିଛି। ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ପାକିସ୍ତାନ ସହ ଜଳବଣ୍ଟନ ଚୁକ୍ତିକୁ ସଂଘର୍ଷରୁ ମୁକ୍ତ ରଖିବା ପାଇଁ ଭାରତର ଦୀର୍ଘଦିନର ନୀତିରେ ପରିବର୍ତ୍ତନ ଆସିଛି। ତେବେ ଏପ୍ରିଲ ୨୩ତାରିଖରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସିନ୍ଧୁଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କୁହାଯାଇଛି ଯେ ପାକିସ୍ତାନ ପକ୍ଷରୁ କ୍ରମାଗତ ସୀମାପାର ଆତଙ୍କବାଦ ଜମ୍ମୁ-କାଶ୍ମୀରକୁ ଟାର୍ଗେଟ କରିଛି ଏବଂ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ଏହି ଚୁକ୍ତି ଅନୁଯାୟୀ ଭାରତର ଅଧିକାରର ସମ୍ପୂର୍ଣ୍ଣ ଉପଯୋଗରେ ବାଧା ସୃଷ୍ଟି କରିଛି। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଚୁକ୍ତିକୁ ଉଲ୍ଲଂଘନ କରି ଜଳ ପ୍ରବାହକୁ…
