Author: Purva Paksha

ତେଜେଶ୍ୱର ପଟ୍ଟନାୟକ ରାଜ୍ୟ ବିଧାନସଭାରେ ପାରିତ ବିଲ୍‍ଗୁଡ଼ିକୁ ଅନୁମୋଦନ ବନ୍ଦ କରିବା ପ୍ରସଙ୍ଗରେ ନିକଟରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଭାରତର ସଂଘୀୟ ଢାଞ୍ଚାରେ ରାଜ୍ୟପାଳଙ୍କ ଭୂମିକା ପୁଣିଥରେ ଚର୍ଚ୍ଚାକୁ ଆସିଛି। କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଉଥିବା ଏହି ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାରଙ୍କ ଦ୍ୱାରା ପାରିତ ବିଲ୍‍ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ପାଇଁ ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଦାଲତଙ୍କ ରାୟ ସାମ୍ବିଧାନିକ ଯଥାର୍ଥତା ଏବଂ ଗଣତାନ୍ତ୍ରିକ ମାନଦଣ୍ଡକୁ ଯଥେଷ୍ଟ ଭାବେ ଦୋହରାଇଛି। ରାଜ୍ୟପାଳଙ୍କ ଦୀର୍ଘ ଦିନର ନିଷ୍କ୍ରିୟତା ଯୋଗୁଁ ସମ୍ପୃକ୍ତ ରାଜ୍ୟରେ ଆଇନଗତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାରୁ ସୁପ୍ରିମକୋର୍ଟ ଏହାକୁ ନାପସନ୍ଦ କରିଛନ୍ତି। ଏଭଳି ୧୦ଟି ବିଚାରାଧୀନ ବିଲ୍‍କୁ ମଞ୍ଜୁରି ଦେଇ ସୁପ୍ରିମକୋର୍ଟ ରାଜ୍ୟ ବିଧାନସଭାର ଅଧିକାରକୁ ସୁଦୃଢ଼ କରିବା ସହ ଗଣତାନ୍ତ୍ରିକ…

Read More