Author: Purva Paksha

ବିଜେଡି ରାଜ୍ୟସଭା ଟିମରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ। ମମତା ମହାନ୍ତ ଓ ସୁଜିତ କୁମାରଙ୍କ ପରେ ଆଉଜଣେ ରାଜ୍ୟସଭା ସାଂସଦ ଦଳ ଛାଡ଼ିପାରନ୍ତି। ସେ ପୁଣି କୌଣସି ଛୋଟକାଟିଆ ସାଂସଦ ନୁହନ୍ତି, ସେ ହେଉଛନ୍ତି ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର। ଦିଲ୍ଲୀ ଦରବାରର ଚର୍ଚ୍ଚା ଅନୁସାରେ ସସ୍ମିତ କୁଆଡ଼େ ଏ ବାବଦରେ ନିଜର ମତକୁ ଦିଲ୍ଲୀ ଦରବାରୀଙ୍କୁ କହିସାରିଛନ୍ତି। କେବଳ ଅପେକ୍ଷା କରାଯାଇଛି ଗେରୁଆ ଦଳର ସ୍ୱାଗତକୁ। ପୁଣି ଏହା ବି ଚର୍ଚ୍ଚା ହେଉଛି ଯେ ଏ ବାବଦରେ ଭୁବନେଶ୍ୱରର ଏୟାରପୋର୍ଟ ଛକ ନେତା ଓ ତାଙ୍କ ପାରିଷଦ ଏ ବାବଦରେ ଭଲଭାବେ ଜାଣିଛନ୍ତି। ତଥାପି ତାଙ୍କୁ ବିଭିନ୍ନ ସଭାସମିତିରେ ବିଜେଡିର ପ୍ରତିନିଧିଭାବେ ପଠାଉଛନ୍ତି। ଅର୍ଥାତ୍‍ ଦୁଇ ଦଳର ସହଭାଗିତାରେ ସସ୍ମିତ ନିଜ ସ୍ୱାର୍ଥର ଗୋଟି ଚଳାଉଛନ୍ତି। ୱାକଫ୍‍ ସଂଶୋଧନ ବିଲରେ ବିଜେପିକୁ ଭୋଟ୍‍ ଦେଇ ରାଜ୍ୟ ରାଜନୀତିରେ ବିଜେଡିର ଦୋମୁହାଁ ନୀତିକୁ ସାମ୍ନାକୁ ଆଣିଥିଲେ…

Read More