Author: Purva Paksha

ମନୋଜ କୁମାର ମହାପାତ୍ର ରାତ୍ରି ପ୍ରାୟ ବାରଟା ହେବ। କ୍ଷୀପ୍ର ଗତିରେ ଲିଫ୍ଟ ତିରିଶ ମହଲାରୁ ଗ୍ରାଉଣ୍ଡ ଫ୍ଲୋର ଅଭିମୁଖେ ଆସୁଥିଲା। କ୍ଵାଣ୍ଟମ ଫିଜିକ୍ସର ସୁନାମଧନ୍ୟ ବୈଜ୍ଞାନିକ ମାର୍ଶାଲ ଇମର୍ଶନଙ୍କର ମୁହଁ ବିମର୍ଶ, ଚୁପ୍‍ଚାପ୍‍ ଠିଆ ହେଇଥିଲେ ଲିଫ୍ଟ ଭିତରେ। ହଠାତ୍‍ ଲିଫ୍ଟ କାନ୍ଥରେ ମରାଯାଇଥିବା ଛୋଟ ଗୋଲାକାର ଛବିଟି ଉପରେ ନଜର ପଡ଼ିବାରୁ ସେ ତାକୁ ନିଠେଇ ଚାହିଁଲେ। ଭିତରଟା ଧଳାରଙ୍ଗ ଓ ତାହା ଭିତରେ ଛୋଟ ଗୋଲେଇ କଳାରଙ୍ଗ, ପତାଶୂନ୍ୟ ଆଖି ଭଳି ଅବଶ୍ୟ ଦେଖାଯାଉଥିଲା କିନ୍ତୁ ଆଖି କହିଲେ ଭୁଲ୍‍ ନିଶ୍ଚିତ ହେବ। ତାଙ୍କର ଆଖି ଏମିତି ସେଇ ଚକାଆଖିରେ ଲାଖିଗଲା ଯେ ସେଥିରୁ ଫେରେଇ ଆଣିବା ଅସମ୍ଭବ ମନେହେଉଥିଲା ତାଙ୍କ ପାଇଁ। କି ଅଦ୍ଭୁତ ଚକା ଆଖି! ଜୀବନରେ ଏଭଳି ଚକାଆଖି ଦେଖିବା ବୋଧେ ପ୍ରଥମ। ଘୋର ଭାବନାରେ ସେ ସ୍ଥିର କିନ୍ତୁ ଭିତରେ ଘାଣ୍ଟି ହେଉଥିଲେ ଅନିଶ୍ଚିତତାର…

Read More