Author: Purva Paksha

କୁହାଯାଏ “ପର ପାଇଁ ଗାତ ଖୋଳିଲେ ନିଜେ ସେଥିରେ ପଡ଼ନ୍ତି।” ଏହି ପୁରୁଣା ଲୋକକଥା ଏବେ ଓଡ଼ିଶାର ରାଜନୀତିରେ ଅଶ୍ଚର୍ଯ୍ୟଜନକ ଭାବରେ ସାର୍ଥକ ହୋଇଯାଇଛି। ବିଶେଷତଃ, ଯେପରି ବିଜେଡି ଏକ ସମୟରେ ଅନ୍ୟମାନଙ୍କୁ ଆଇନ ଓ ପ୍ରଶାସନିକ ଶକ୍ତିଦ୍ୱାରା ଦମନ କରୁଥିଲା, ଏବେ ସେହି ଖେଳ ଓଲଟା ହୋଇ ବିଜେଡି ନେତା ଓ ପାଣ୍ଡିଆନ୍‍ ଶିବିରର ଅନେକ ନେତା ଓ ଅଫିସରଙ୍କ ରାତି ନିଦ ହଜାଇ ଦେଇଛି। ଆଡଭୋକେଟ ପୀତବାସ ପଣ୍ଡା ହତ୍ୟାରେ ତଦନ୍ତ ଓ ପୁଲିସ ନିଯୁକ୍ତିରେ ବ୍ୟାପକ ଦୁର୍ନୀତିକୁ ଖୋଳତାଡ଼ କରିବା ପାଇଁ ରାଜ୍ୟ ସରକାର ଯେଉଁ ଆଭିମୁଖ୍ୟ ଦେଖାଇଛନ୍ତି ଏବେ ତାହା ବିରୋଧୀ ବିଜେଡି ପାଇଁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। କେହି କେହି କହୁଛନ୍ତି ଏ ପ୍ରକାର ଆଭିମୁଖ୍ୟକୁ ଦେଖି ବିଜେଡିରେ କିଛି ନେତା ଓ ଅଧିକାରୀ ବଡ଼ ଭୟାତୁର ପରିସ୍ଥିତିରେ ଗତି କରୁଛନ୍ତି। କିଛି ତ ଓକିଲଙ୍କ ପରାମର୍ଶ ନେବା ଆରମ୍ଭ କଲେଣି।…

Read More