Author: Purva Paksha

ବିଜେପି ସରକାର କ୍ଷମତାକୁ ଆସିବାର ୧୭ମାସ ପରେ ବି ତଳ କୋର୍ଟମାନଙ୍କରେ ସରକାରୀ ଓକିଲ ନିଯୁକ୍ତି କରିନାହାନ୍ତି କି ଏହା କରିବାକୁ ଉଚିତ ମନେ କରୁନାହାନ୍ତି। ବିଜୁ ଜନତା ଦଳ ସରକାର ଅମଳରେ ଯେଉଁ ଓକିଲମାନେ ନିଯୁକ୍ତ ହୋଇଥିଲେ ସେମାନେ ଏବେବି କାମ କରୁଛନ୍ତି। ପୀତବାସ ହତ୍ୟାମାମଲାରେ ଅଭିଯୁକ୍ତ କୁହାଯାଉଥିବା ବିକ୍ରମ ପଣ୍ଡାଙ୍କ ବେଲ ପାଇଁ ବିଜୁ ଜନତା ଦଳ ୪୪ଜଣ ଓକିଲଙ୍କୁ କୋର୍ଟରେ ଛିଡ଼ା କରାଇବ। ଏପରି କ୍ଷେତ୍ରରେ ବିଜେଡି ଓକିଲଙ୍କୁ କେଉଁ ସରକାରୀ ଓକିଲ ବିରୋଧ କରିବେ। କାରଣ ତଳ କୋର୍ଟମାନଙ୍କରେ ଅଦ୍ୟାବଧି ଯେଉଁ ସରକାରୀ ଓକିଲ ଅଛନ୍ତି, ସେମାନେ ସବୁ ବିଜୁ ଜନତା ଦଳର। ତେଣୁ ସେମାନେ କ’ଣ ଦଳୀୟ ନେତାଙ୍କ ବିରୋଧରେ ଯାଇପାରିବେ। ବିଜେଡି ଓକିଲ ଓ ବିଜେପି ସରକାର: ଏକ ଅସହଜ ସଂଘର୍ଷ ଏବେ ବଡ଼ ପ୍ରଶ୍ନ; ବିଜେପି ସରକାର ଓ ବିଜୁ ଜନତା ଦଳ ଭିତରୁ କିଏ ଆଇନ ରଣକ୍ଷେତ୍ରରେ ଖେଳୁଛି ଅସଲ…

Read More