Author: Purva Paksha

ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ହେଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ଆଇନ ସହ ପୂର୍ତ୍ତ, ଅବକାରୀ ବିଭାଗ ବି ସେ ସମ୍ଭାଳୁଛନ୍ତି। ସେ ଏବେ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ରାଜନେତା। ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରୁ ସେ ଚର୍ଚ୍ଚାରେ ଢେର ଆଗରେ। ତାଙ୍କ ବିଭାଗର ହେଉ ବା ନ ହେଉ ସେ ଖବରର ଶିରୋନାମାରେ ରହିବାଟା ପ୍ରାୟ ନିଶ୍ଚିତ। ଏମିତି ଏକ କ୍ଷମତା ଇକୋ ସିଷ୍ଟମ ଭିତରେ ପୃଥ୍ୱୀରାଜଙ୍କ ପୁଅଙ୍କୁ କେନ୍ଦ୍ର ସରକାର ଓଡ଼ିଶାରେ ସରକାରୀ ଓକିଲ ନିଯୁକ୍ତ କରିଛନ୍ତି। ଏହାକୁ କେହି କେହି କ୍ଷମତାର ଅପବ୍ୟବହାର ବୋଲି କହିଲେଣି। ଆଇନ ପାଠ ନ ପଢ଼ି ମଧ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହେଉଛନ୍ତି ଦ୍ୱିତୀୟ ପିଢ଼ିର ରାଜନେତା। ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନ ଏବେ ଅସୁସ୍ଥ; କିନ୍ତୁ ତାଙ୍କୁ ଓଡ଼ିଶାରେ ବିଜେପିର ପ୍ରତିଷ୍ଠାତାଙ୍କ ଭିତରୁ ଜଣେ ବୋଲି ଗ୍ରହଣ କରାଯାଏ। ସେଥିଲାଗି ବିଜେପି କ୍ଷମତାକୁ ଆସିବା ପରେ ବିଶ୍ୱଭୂଷଣଙ୍କୁ ଅନେକ ସାମ୍ବିଧାନିକ ପଦପଦବୀ ମିଳି ଆସିଛି।…

Read More