Author: Purva Paksha

ବିଦେଶୀ ଗୁପ୍ତଚର ଏଜେନ୍ସିଦ୍ୱାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଉଦ୍ୟମ। ଏହାକୁ ନେଇ କିଛିଦିନ ହେଲା ଜାତୀୟ ଏବଂ ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଗଷ୍ଟ ୩୧ ତାରିଖରେ ହଠାତ୍‍ ଆମେରିକାର ସ୍ପେଶାଲ୍‍ ଫୋର୍ସର ଅଧିକାରୀ ଆର୍ଭେଲ ଜାକ୍‍ସନ୍‍ଙ୍କ ସନ୍ଦେହଜନକ ମୃତ୍ୟୁହୁଏ। ଚୀନରେ ରୁଷ ରାଷ୍ଟ୍ରପତିଙ୍କ ଗାଡ଼ିରେ ପ୍ରଧାନମନ୍ତ୍ରୀ ମୋଦୀ ଏକାଠି ବସି ଫେରିବା ବିଷୟକୁ ଏହି ହତ୍ୟା ଷଡ଼ଯନ୍ତ୍ର ଏବଂ ତାହାକୁ ପଣ୍ଡ କରିବାର ଗୋଟିଏ ଗୋଟିଏ ଉଦାହରଣ ଭାବେ ଗଣାଯାଉଛି। ଅତୀତରେ ଭାରତର କୃଷି ଉତ୍ପାଦନକୁ ବିପ୍ଲବରେ ପରିଣତ କରିଥିବା ଏବଂ ଯବାନଙ୍କ ମନୋବଳ ବୃଦ୍ଧି ପାଇଁ ନିଜକୁ ଭାରତ ସରକାରଙ୍କୁ ଉତ୍ସର୍ଗ କରିଥିବା ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ତାଙ୍କୁ ଏମିତି ଏକ ଚକ୍ରବ୍ୟୁହ ଭିତରେ ଫଶାଇ ଦିଆଯାଇଥିବାର ଅଭିଯୋଗ ହୋଇଛି। ପୁଣି ଏବେକାର ପ୍ରଧାନମନ୍ତ୍ରୀଙ୍କ ବିଦେଶରୁ ଫେରିବା ପରେ ଏମିତି କିଛି ଇଙ୍ଗିତ ସୂଚାଉଛି ଯେ ବିଦେଶ ଶକ୍ତି ଏବେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି।…

Read More