Author: Purva Paksha

ଆଉମାତ୍ର ତିନି ସପ୍ତାହର ଅପେକ୍ଷା। ତିନି ସପ୍ତାହ ପରେ ନୂଆପଡ଼ାକୁ ନୂଆ ବିଧାୟକ ଦେବା ପାଇଁ ଭୋଟ୍‍ ପଡ଼ିବ। ଦଳ, ବଳ ଓ କଳ ସବୁ ଏକାଠି ହୋଇ ସାରିଲେଣି। ଆଉ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଗଲାଣି ଭୋଟ୍‍ରଙ୍କୁ ପ୍ରଭାବିତ କରିବା ପ୍ରକ୍ରିୟା। ଏ ଭିତରେ କିନ୍ତୁ ବିଜେଡିର ପ୍ରାର୍ଥୀଙ୍କୁ ହାଇଜାକ୍‍ କରି ବିଜେପି ଖସୁଥିବା ଭଳି ଜଣାପଡ଼ୁଛି, ପୂର୍ବ ନିର୍ବାଚନରେ ଭୋଟ୍‍ ବିଭାଜନକାରୀ ଥିବା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ହଜମ କରିପାରୁନାହିଁ। ଆଉ ବିଜେଡି କଥା କହିଲେ ନ ସରେ। ଯାହା ଉପରେ ଭରସା କରୁଛି ସେ ଡାଳ ଭାଙ୍ଗି ଯାଉଥିବାରୁ ଏବେ ପୁରୁଣା ପ୍ରକ୍ରିୟାରେ ‘ବେନାମୀ ପେଡ୍‍ କ୍ୟାମ୍ପେନିଂ’କୁ ଦଳ ପୃଷ୍ଠପୋଷକ ଦେଉଥିବା ଆଲୋଚନା ହେଉଛି। ତିନି ପ୍ରମୁଖ ଦଳର ସଭାପତିଙ୍କ ଲାଗି ଏକ ସମ୍ମାନର ପ୍ରଶ୍ନ ନୂଆପଡ଼ା ଓଡ଼ିଶାରେ ଏବେ ଦେଖା ଦେଇଥିବା ନିର୍ବାଚନ ପରିବେଶ ଆକସ୍ମିକ। ସେପ୍ଟେମ୍ବର ୮ ତାରିଖରେ ବିଧାୟକ ଅବସ୍ଥାରେ ବିଜେଡିର…

Read More