Author: Purva Paksha

ବିଜୁ ଜନତା ଦଳରେ ଏବେ ସମ୍ପୂର୍ଣ୍ଣ ନୀରବତା। ଦଳ ପକ୍ଷରୁ ଘୋଷଣା କରାଯାଇଥିବା କାର୍ଯ୍ୟକର୍ତ୍ତା ତାଲିକାରେ ଅନେକ ବରିଷ୍ଠ ନେତା ଏବଂ ପାଣ୍ଡିଆନ୍‍ଙ୍କୁ ସମାଲୋଚନା କରିଥିବା ନେତାଙ୍କୁ ବାଦ୍‍ ଦିଆଯାଇଛି। ଯେଉଁ ନେତାଙ୍କ ବିରୁଦ୍ଧରେ ଶୋଭାଯାତ୍ରା, ନାରାବାଜୀ, କର୍ମୀ ଅସନ୍ତୋଷ ହୋଇଥିଲା ତାଙ୍କୁ ଗୁରୁତ୍ୱ ଦିଆଯାଇଛି। ଅର୍ଥାତ୍‍ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। କିନ୍ତୁ କେହି ଏ ଯାଏ ମୁହଁ ଖୋଲିନାହାନ୍ତି। ଏହି ନୀରବତା କାହିଁକି? ଏହା କେବେ ସନ୍ତୋଷଜନକ ହୋଇନପାରେ କି ସାନ୍ତ୍ୱନାମୂଳକ ନୁହେଁ। ବରଂ ଏହା ହୋଇପାରେ ଏକ ଝଡ଼ର ଆଭାସ। କାରଣ ଯେତେବେଳେ ଏହି ନୀରବତା ଭଙ୍ଗ ହେବ ପୁଣି ‘ପାଣ୍ଡିଆନ୍‍ ପ୍ରସଙ୍ଗ’ ଉଠିବ ଆଉ ଦଳରେ ଚରମ ନିଷ୍ପତ୍ତି ନେବା ଆରମ୍ଭ ହେବ। ନ ହେଲେ ହେବ ବରିଷ୍ଠ ଓ ଅସନ୍ତୁଷ୍ଟଙ୍କ ଶିର ଛେଦନ। ପାଣ୍ଡିଆନ୍‍ କହିଲେ ଆମେ ନବୀନଙ୍କ ସେକ୍ରେଟାରୀ ତଥା ପ୍ରମୁଖ ପରାମର୍ଶଦାତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କୁ ବୁଝୁ। ସେ ନବୀନ ନିବାସରେ…

Read More