Author: Purva Paksha

ଉତ୍ତରାଖଣ୍ଡର ବଦ୍ରିକାଶ୍ରମ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଗୁରୁ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପୁରୀ ଶ୍ରମନ୍ଦିର ପ୍ରଶାସନର ମତକୁ ସମ୍ମାନ ଦେଇଛନ୍ତି। ମଙ୍ଗଳବାରଦିନ ଗଣମାଧ୍ୟମକୁ କହିଛନ୍ତି, ‘କେବଳ ଗୋଟିଏ ସ୍ଥାନ ହିଁ ଧାମ ପଦବାଚ୍ୟ ହୋଇପାରିବ। ଏଣୁ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଏହାକୁ ଜଗନ୍ନାଥ ଧାମ ଭାବେ ଘୋଷଣା କରିବା ନେଇ ସାରା ଦେଶରେ ସନାତନ ଧର୍ମୀଙ୍କ ଭିତରେ ମତଭେଦ ଦେଖିବାକୁ ମିଳିଛି। ଏପରିକି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ଦଇତାପତି ସେବକ ଏଠାରେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ଦାରୁ କାଠରେ ସେଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅନେକ ତମ୍ବାତୋଫାନ ହେବା ପରେ ରାଜ୍ୟ ସରକାର ଏକ କମିଟି କରି ଏହାକୁ ଯାଞ୍ଚ କରିଥିଲେ। ସମ୍ପୃକ୍ତ ସେବାୟତ ମିଛ କହିଛନ୍ତି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ…

Read More