What's Hot
Author: Purva Paksha
ପାକିସ୍ତାନ ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଜବାବ ଦେବା ଲାଗି ଭାରତ କାହିଁକି ୧୫ ଦିନର ମହଲତ ଦେଲା? କାହିଁକି ଏହି ଅପରେସନ୍ର ନାଁ ଅପରେସନ୍ ସିନ୍ଦୂର ରଖାଗଲା? ପୁଣି ଏହି ଆକ୍ରମଣରେ ଭାରତ ପାଇଲା କ’ଣ? ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟଭାବେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଦେଇଛନ୍ତି। ଅପରେସନ୍ର କିଛିଘଣ୍ଟା ସମ୍ପର୍କରେ ସାରାପୃଥିବୀ ଆଗରେ ପାକିସ୍ତାନର ଆତଙ୍କବାଦୀ ଚରିତ୍ରକୁ ଉନ୍ମୋଚନ କରି ଶ୍ରୀ ମିଶ୍ରୀ କହିଛନ୍ତି, ‘୨୫ ଏପ୍ରିଲ ୨୦୨୫ରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏକ ପ୍ରେସ୍ ବକ୍ତବ୍ୟ ଜାରି କରାଯାଇଥିଲା। ଯେଉଁଥିରେ ଏହି ଆତଙ୍କବାଦୀଙ୍କ ନିନ୍ଦନୀୟ କାର୍ଯ୍ୟକଳାପର ଅପରାଧି, ପ୍ରାୟୋଜକ, ଅର୍ଥନୀତିକ ସହଯୋଗୀଙ୍କୁ ନ୍ୟାୟିକ କାର୍ଯ୍ୟଭିତ୍ତିକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଏ ସନ୍ଦର୍ଭରେ ଦେଖାଯିବା ଆବଶ୍ୟକ’। ଭାରତ ପାକିସ୍ତାନ ମାଟିରେ ଚାଲୁଥିବା ଏହି କାର୍ଯ୍ୟକଳାପକୁ ରୋକିବା ତଥା ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ବଦଳରେ ଭାରତ ଉପରେ ବାରମ୍ବାର ଆରୋପ ଲଗାଇବାକୁ…
