Author: Purva Paksha

ପହଲଗାମ୍‍ ପ୍ରତିଶୋଧ ବାବଦରେ ଜଣାଇବାକୁ ଭାରତ ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକ ସଂସଦ ଲାଇବ୍ରେରି ସୌଧରେ ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ। ସଦଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜ୍ଜୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପୂର୍ବରୁ ସମସ୍ତ ରାଜନୀତିକ ଦଳ ପଲଗାମ ଘଟଣାରେ ଯେ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ। ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମରେ ସେନା ବାହିନୀ ପାକିସ୍ତାନ ଭିତରେ ପଶି ୯ ସ୍ଥାନରେ ଆକ୍ରମଣ କରିଛନ୍ତି। ଏହା ଅପରେସନ୍‍ ସିନ୍ଦୂର ଭାବେ ପରିଚିତ ହୋଇଛି। ଅପରେସନ୍‍ ପରେ ଭାରତ ଅତ୍ୟନ୍ତ ସନ୍ତର୍ପଣର ସହ ଆତଙ୍କୀ ଠିକଣାକୁ ଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଦର୍ଶାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି,  ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନହାନୀ ନ କରିବା ଲାଗି ଉଦ୍ୟମ କରିଥିଲା ଭାରତର ସେନା। ଏହିକ୍ରମରେ ଆତଙ୍କୀ ଶିବିରକୁ ଚିହ୍ନଟ କରାଯାଇ ତାହା ଉପରେ ଆକ୍ରମଣ…

Read More