Author: Purva Paksha

ବୁଧବାର ତେଲେଙ୍ଗାନା ନିକଟସ୍ଥ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ‘ଅପରେସନ୍ ସଂକଳ୍ପ’ ଚାଲିଥିବା ବେଳେ ସୁରକ୍ଷାବାହିନୀ ସଂଘର୍ଷରେ ୨୨ ଜଣ ନକ୍ସଲଙ୍କୁ ନିପାତ କରିଦେଇଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ,  ଆଜି ସକାଳୁ ରାଜ୍ୟ ସୀମାରେ ଥିବା କାରେଗୁଟ୍ଟା ପାହାଡ଼ ଜଙ୍ଗଲରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୨୨ଟି ନକ୍ସଲଙ୍କ ମୃତଦେହ ମିଳିବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ଏହି ଘଟଣାକୁ ମିଶାଇ ଏପ୍ରିଲ ୨୧ ରୁ ଅପରେସନ ସଂକଳ୍ପ ଅଧୀନରେ ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। ବସ୍ତର ଅଂଚଳରେ କରଯାଇଥିବା ଏହି ଅପରେସନ ହେଉଛି ଏକ ବୃହତ୍ତମ ବିରୋଧୀ ପ୍ରୟାସ, ଯେଉଁଥିରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ବସ୍ତର ଯୋଦ୍ଧା, ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ), ରାଜ୍ୟ ପୋଲିସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଏବଂ ଏହାର ଏଲିଟ୍ ୟୁନିଟ୍ କୋବ୍ରା ସମେତ ବିଭିନ୍ନ…

Read More