Author: Purva Paksha

ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଏୟାର ଡିଫେନ୍ସ ସିଷ୍ଟମ ତୁରନ୍ତ ଅଟକାଇଥିଲା। ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଲା ଭାରତ। ଜମ୍ମୁ ଓ ପଞ୍ଜାବର ଏକାଧିକ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏଫ୍ -୧୬ ଏବଂ ୨ଟି ଜେଏଫ -୧୭ ବିମାନକୁ ଖସାଇ ଦେଇଥିଲା। ସେପଟେ ଜମ୍ମୁ-କଶ୍ମୀରର ଉଧମପୁର ଓ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଥିବା ବେଳେ ଅଖନୁରରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି। ପୁଞ୍ଚରେ ଦୁଇଟି କାମିକାଜେ ଡ୍ରୋନକୁ ମଧ୍ୟ ଖସାଇ ଦିଆଯାଇଛି। ଜୟଶଙ୍କର ଓ ଶେହବାଜ ସରିଫଙ୍କ ସହ ଉତ୍ତେଜନା ହ୍ରାସ ପାଇଁ ଆମେରିକାର ମାର୍କୋ ରୁବିଓଙ୍କ ଆହ୍ୱାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରି ଭାରତ-ପାକିସ୍ତାନ ଉତ୍ତେଜନା କୁ ତୁରନ୍ତ ହ୍ରାସ କରିବାକୁ ଆମେରିକାର…

Read More