Author: Purva Paksha

ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼କୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନର ୫ ପ୍ରମୁଖ ସହର ଏବଂ କରାଚି ବନ୍ଦର ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆତଙ୍କୀଙ୍କ ଠିକଣା ଖୋଜି ପ୍ରହାର କରିଛି ଭାରତ। ଏପ୍ରିଲ ୨୨ ପାହାଲଗାମ ନରସଂହାରର ଜବାବରେ ଏହି ଆକ୍ରମଣ କରାଯାଇଛି। ଅପରେସନ ସିନ୍ଦୂରର ଏହା ଏକ ଅଂଶ ଭାବେ ଗ୍ରହଣ କରାଯାଇଛି।  ଅପରପକ୍ଷେ ପାକିସ୍ତାନ ଭାରତର ଆକ୍ରମଣକୁ ‘ଯୁଦ୍ଧର କାର୍ଯ୍ୟ’ ବୋଲି ଅଭିହିତ କରି ଜମ୍ମୁ, ପଠାନକୋଟ, ଉଧମପୁର ଓ ରାଜସ୍ଥାନରେ ଥିବା ଭାରତୀୟ ସାମରିକ ସ୍ଥାନଗୁଡ଼ିକୁ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼ କରିଥିଲା। କିନ୍ତୁ ସମସ୍ତ ଆକ୍ରମଣ ବିଫଳ ରହିଥିବା ଜଣାପଡ଼ିଛି। ଆଜି ଭାରତ ସରକାରଙ୍କ ପକ୍ଷରୁ ଏ ବାବଦରେ ବିସ୍ତୃତ ସୂଚନା ଦିଆଯିବ। ଭାରତର ୧୫ ସହରକୁ ଟାର୍ଗେଟ କରି ପ୍ରଥମେ ପାକିସ୍ତାନ ନିଜର କ୍ଷେପଣାସ୍ତ୍ର, ଡ୍ରୋନ ପ୍ରୟୋଗ କରିଥିଲା। ଏସବୁକୁ ଭାରତ ଏହାର ସ୍ୱତନ୍ତ୍ର ବାୟୁ ପ୍ରତିରକ୍ଷା…

Read More