Author: Purva Paksha

ପାକିସ୍ତାନ ଭାରତର ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିଲା, ଯାହାକୁ ଏୟାର ଡିଫେନ୍ସ ସିଷ୍ଟମ ତୁରନ୍ତ ଅଟକାଇଥିଲା। ପାକିସ୍ତାନର ଏଫ୍‍-୧୬ ବିମାନକୁ ଖସାଇ ଦେଲା ଭାରତ। ଜମ୍ମୁ ଓ ପଞ୍ଜାବର ଏକାଧିକ ସ୍ଥାନରେ ଇସଲାମାବାଦ ଆକ୍ରମଣ କରିବା ପରେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏଫ୍‍-୧୬ ବିମାନକୁ ଖସାଇ ଦେଇଥିଲା। ସେପଟେ ଜମ୍ମୁ-କାଶ୍ମୀରର ଉଧମପୁର ଓ ରାଜସ୍ଥାନର ଜୈସଲମେରରେ ମଧ୍ୟ ଡ୍ରୋନ ଆକ୍ରମଣକୁ ବିଫଳ କରାଯାଇଥିବାବେଳେ ଅଖନୁରରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି। ପୁଞ୍ଚରେ ଦୁଇଟି କାମିକାଜେ ଡ୍ରୋନକୁ ମଧ୍ୟ ଖସାଇ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଏକାସାଙ୍ଗରେ ବିମାନ ବନ୍ଦର ସମେତ ଜମ୍ମୁର ଅନେକ ସ୍ଥାନରେ ଆକ୍ରମଣ କରିଥିଲା। ଗୁରୁବାର ରାତିରେ ଅନ୍ତର୍ଜାତୀୟ ସୀମା ପାର ହୋଇ ଜମ୍ମୁ ଉପରକୁ ରକେଟ୍ ନିକ୍ଷେପ କରାଯାଇଥିଲା। ଗୋଟିଏ ଡ୍ରୋନ୍ ଜମ୍ମୁ ସିଭିଲ୍ ବିମାନବନ୍ଦରରେ ଧକ୍କା ଦେବାରୁ ଏହାର ଜବାବରେ ଲଢୁଆ ବିମାନଗୁଡ଼ିକ ମୁହାଁମୁହିଁ ହୋଇଥିଲେ। ଭାରତ…

Read More