Author: Purva Paksha

ବଡ଼ବଡ଼ କଥା କହୁଥିବା ପାକିସ୍ତାନ ମାତ୍ର ଦୁଇଦିନରେ ମାଟି କାମୁଡ଼ିଛି। ବେହାଲ ଅର୍ଥନୀତି ମାଡ଼ ଖାଇ ଭୁଶୁଡ଼ି ପଡ଼ିଛି। ଆଉ ପାକିସ୍ତାନୀ ନେତା ଅଭ୍ୟାସ ମୁତାବକ ବିଦେଶୀ ରାଷ୍ଟ୍ରଙ୍କୁ ସାହାଯ୍ୟ ମାଗିବା ଆରମ୍ଭ କରିଛନ୍ତି। ପାକିସ୍ତାନ ସରକାର ଭିକ୍ଷାଥାଳି ଧରି ନିଜର ସହଯୋଗୀମାନଙ୍କ ପାଖକୁ ପହଞ୍ଚିଯାଇଛି। ସେ ଆହୁରି ଋଣ ମାଗିଛି, ଅର୍ଥାତ୍ ପୂର୍ବରୁ ନେଇଥିବା ଋଣ ସେ ପରିଶୋଧ କରିନାହିଁ, କିନ୍ତୁ ଭାରତ ସହିତ ଯୁଦ୍ଧରେ ଏତେ ବର୍ବାଦୀ ହୋଇଛି ଯେ ଆଉ ଥରେ ଋଣ ନେବାର ଆବଶ୍ୟକତା ପଡ଼ିଛି। ପାକିସ୍ତାନର ଅର୍ଥ ମନ୍ତ୍ରାଳୟର ଏକ୍ସ ପୋଷ୍ଟ ଏଥିରେ ପାକିସ୍ତାନ ସହଯୋଗୀମାନଙ୍କୁ ଅନୁରୋଧ କରୁଥିବାର ଦେଖାଯାଉଛି। ସରକାର ଶତ୍ରୁଦ୍ୱାରା ବିପୁଳ କ୍ଷତି ପରେ ଏବେ ଆନ୍ତର୍ଜାତୀୟ ଭାଗୀଦାରମାନଙ୍କଠାରୁ ଅଧିକ ଋଣ ପାଇଁ ଅପିଲ କରୁଛି। ବର୍ଦ୍ଧିତ ଯୁଦ୍ଧ ଏବଂ ସେୟାର ବଜାରରେ ହ୍ରାସ ମଧ୍ୟରେ, ଆମେ ଆନ୍ତର୍ଜାତୀକ ଭାଗୀଦାରମାନଙ୍କୁ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରୁଛୁ। ରାଷ୍ଟ୍ରକୁ…

Read More