Author: Purva Paksha

କଥାରେ ଅଛି ପରପାଇଁ ଗାତ ଖୋଲିଲେ ସେଥିରେ ନିଜେ ପଡ଼ିବାର ଆଶଙ୍କା ଥାଏ। ଏହି କଥା ବିରୋଧୀ ଦଳନେତା କ୍ଷେତ୍ରରେ ଦେଖିବାକୁ ମିଳିଛି। ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରର୍ଥୀଙ୍କ ସମର୍ଥନରେ ପ୍ରଚାର କରିବାକୁ ଯାଇ କୋମନା ମଞ୍ଚରେ ଗତକାଲି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯେତେବେଳେ ବିଜେପିକୁ “ପ୍ରାର୍ଥୀ ଚୋର” ବୋଲି ସମ୍ବୋଧନ କଲେ, ରାଜ୍ୟର ରାଜନୀତିକ ମହଲରେ ନୂତନ ତରଙ୍ଗ ତିଆରି ହୋଇଛି। କାରଣ ବିଜେଡି ଯେଉଁ ଜୟ ଢୋଲକିଆଙ୍କୁ ପ୍ରର୍ଥୀ କରିବ ବୋଲି କୁହାଯାଉଥିଲା ଠିକ୍‍ ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ ବିଜେପିରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡିକୁ ସ୍ଥାନୀୟ ଅଞ୍ଚଳରୁ ପ୍ରାର୍ଥୀ ନ ମିଳିବାରୁ ବରଗଡ଼ ଜିଲ୍ଲାର ପରାଜିତ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ତେଣୁ ନବୀନ ପଟ୍ଟନାୟକ ବିଜେପି ବିରୋଧରେ ଏପରି ଅଭିଯୋଗ କରିଛନ୍ତି। କିନ୍ତୁ ନୀବନଙ୍କ ଏହି ଅଭିଯୋଗ ଏବେ ବୁମେରାଂ ହୋଇ ତାଙ୍କ ପାଖକୁ ଫେରି ଆସିଛି।…

Read More