Author: Purva Paksha

ନୂଆପଡ଼ା ଉପନିର୍ବାଚନ ମଞ୍ଚରେ ନବୀନ ପଟ୍ଟନାୟକଙ୍କ ଭାଷଣରେ “ବେଇମାନ” ଶବ୍ଦ ଯେତେବେଳେ ଚମକି ଉଠିଲା, ଓଡ଼ିଶାର ରାଜନୀତି ମଞ୍ଚରେ ଏକ ଅଦୃଶ୍ୟ ଚିନ୍ତାଧାରା ପ୍ରକାଶ ପାଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଲକ୍ଷ୍ୟ କରି ଯେତେବେଳେ ସେ ଏହି ଶବ୍ଦ ବ୍ୟବହାର କଲେ, ସେତେବେଳେ ସେଠାରେ ଉପସ୍ଥିତ ତଥା ଓଡ଼ିଶାର ରାଜନୈତିକ ସଚେତନ ଲୋକମାନେ ଆପେ-ଆପେ ପ୍ରଶ୍ନ କଲେ-“ବେଇମାନ କିଏ?” ଯିଏ ୨୫ ବର୍ଷ ଧରି ଓଡ଼ିଶା ଶାସନ କରିଛନ୍ତି, ସେ ନିଜ ଗୁରୁ, ସହଯୋଗୀ, ମିତ୍ର ଏପର୍ଯ୍ୟନ୍ତ ଦଳୀୟ ପରିବାର ସହିତ ବିଶ୍ୱାସ ଭଙ୍ଗର ଅଭିଯୋଗରେ ଘେରିଛନ୍ତି। ତେଣୁ ଏହି ଶବ୍ଦ ନବୀନଙ୍କ ମୁଖରୁ ଆସିବାମାତ୍ରେ ରାଜନୀତି ମଧ୍ୟରେ ଅନେକ ପୁରୁଣା ଅଧ୍ୟାୟ ପୁଣି ମନକୁ ଆସିଛି। ବିଜୟ ମହାପାତ୍ର: ଯିଏ ଆଣିଲେ, ସେ ହେଲେ ପ୍ରଥମ ଶିକାର ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଯେତେବେଳେ ବିଜୁଙ୍କ ରାଜନୀତିକ ଉତ୍ତରାଧିକାରୀ ଖୋଜାଯାଉଥିଲା, ସେତେବେଳେ ବିଜୟ ମହାପାତ୍ରଙ୍କ ସମେତ ଅନେକ ବରିଷ୍ଠ…

Read More