Author: Purva Paksha

ଭାରତୀୟ ରାଜନୀତି ଆଜି ଏକ ନୂତନ ରାଷ୍ଟ୍ରବାଦୀ ଚିନ୍ତାଧାରାରେ ପ୍ରବେଶ କରିଛି, ଯେଉଁଠି ସୁରକ୍ଷା ଓ ପରିଚୟ ଏକାତ୍ମ ହୋଇ ଦେଶପ୍ରେମର ନୂତନ ଅର୍ଥ ତିଆରି କରୁଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ପ୍ରଚାରିତ “୩–ଡି ଫର୍ମୁଲା” ଏବେ ନିର୍ବାଚନ କମିଶନଙ୍କ ଏସ୍‍ଆଇଆର ଯୋଜନାର ଅଂଶବିଶେଷ ବୋଲି କୁହାଯାଉଛି। ଡିଟେକ୍ଟ, ଡିଲିଟ ଓ ଡିପୋର୍ଟ – ଏହି ଧାରାର ସଂକେତ ଭାବେ ଦେଖାଯାଉଛି। ଏହି ସଂକଳ୍ପନା କେବଳ ନୀତିଗତ ଘୋଷଣା ନୁହେଁ; ଏହା ଏକ ସଂଗଠିତ ରାଜନୀତିକ ଦୃଷ୍ଟିକୋଣ ଯାହା ଭାରତର ନାଗରିକତା, ସୀମା ସୁରକ୍ଷା ଓ ସାମାଜିକ ସନ୍ତୁଳନକୁ ନୂତନ ଭାବରେ ପରିଭାଷିତ କରୁଛି। ଅନୁପ୍ରବେଶ ଓ ରାଜନୀତି: ବାଙ୍ଗଲାଦେଶୀ ଭୟ ଓ ଭୋଟ ବ୍ୟାଙ୍କ ଅମିତ ଶାହଙ୍କ ୩–ଡି ରଣନୀତିର ମୂଳ କେନ୍ଦ୍ର ହେଉଛି ଅବୈଧ ଅନୁପ୍ରବେଶ — ବିଶେଷକରି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ। ସରକାରୀ ତଥ୍ୟ ଅନୁଯାୟୀ, ସୀମା ଅଞ୍ଚଳରେ ଏପରି ଅନୁପ୍ରବେଶ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଛି।…

Read More