Author: Purva Paksha

୨୦୨୪ରେ ଶକ୍ତି ପରିବର୍ତ୍ତନ ସହ ଓଡ଼ିଶାର ରାଜନୀତି ନୂଆ ଅଧ୍ୟାୟ ଆରମ୍ଭ କଲା। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ଶେଷ ହେଲା, ଏବଂ ଅକସ୍ମାତ ବହୁମତ ପାଇଥିବା ବିଜେପି ଆଦିବାସୀ ଚେହେରା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଏକ ନୂଆ ସମୀକରଣ ଗଢ଼ିଲା। ଏବେ ନୂଆପଡ଼ା ଉପନିର୍ବାଚନ ହେଉଛି ସେହି ସମୀକରଣର ପ୍ରଥମ ଲିଟମସ ଟେଷ୍ଟ- ଯେଉଁଠି ଲୋକପ୍ରିୟତାରେ କିଏ ଅଗ୍ରଣୀ ହେବେ, ସେହି ପ୍ରଶ୍ନର ଉତ୍ତର ଦେବ ଜନମତ। କ୍ଷମତା ଯିବା ପରେ ବିଜୁ ଜନତା ଦଳର ନେତାମାନେ ପ୍ରତି କଥାରେ କହୁଛନ୍ତି ନବୀନ ପଟ୍ଟନାୟକ ବାମ ହାତ ହଲେଇଲେ ପୁଣି ସେମାନେ ନିର୍ବାଚନ ଜିତି ପାରିବେ। ଅପରପକ୍ଷରେ ବିଜେପି ପକ୍ଷରୁ କୁହାଯାଉଛି ଯେ ନବୀନ ପଟ୍ଟନାୟକ ଅତୀତ ହୋଇସାରିଛନ୍ତି। ବିଜୁ ଜନତା ଦଳର ନେତାମାନେ ବହୁଧା ଗୋଷ୍ଠୀରେ ବିଭକ୍ତ ହୋଇସାରିଛନ୍ତି। ତେଣୁ ବିଜେଡି ଆଉ ଜିତିବା ସମ୍ଭ ନୁହେଁ। ଏପରି ଆରୋପପ୍ରତ୍ୟାରୋପ ଭିତରେ ନୂଆପଡ଼ା ଉପନିର୍ବାଚନ…

Read More