Author: Purva Paksha

ମୁଲ୍ଲା ଜେନେରାଲ ଆସିମ ମୁନୀର ଅପରେସନ ସିନ୍ଦୁର ବିରୁଦ୍ଧରେ ‘ବୁନୟାନ୍‍ ଅଲ୍‍ ମରସୁସ୍‍’ ଘୋଷଣା କରି ପାକିସ୍ତାନକୁ ବିପଦରେ ପକାଇ ଦେଇଛନ୍ତି। କଥା ଅନୁସାରେ ଏହା ଭାରତ ବିରୋଧରେ ହେଲେ ମଧ୍ୟ ଏହାର ପରିଣାମ ପାକିସ୍ତାନର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ। ମୁଲ୍ଲା ଜେନେରାଲ କିଛିଦିନ ପୂର୍ବେ ଇସ୍‍ଲାମାବାଦରେ ଦେଇଥିବା ଭାଷଣ ଅନୁସାରେ ଏହି ଅପରେସନର ନାମକରଣ କରିଛନ୍ତି। ଇସ୍‍ଲାମରେ ବୁନୟାନ୍‍ ଅଲ୍‍ ମରସୁସ୍‍ର ବେଶ୍‍ ଗୁରୁତ୍ୱ ରହିଛି। କୁରାନର ସୁରା ୬୧-୪ରେ ଏହାର ଉଲ୍ଲେଖ ଅଛି, ଯାହାର ଅର୍ଥ – ଆଲ୍ଲାହ ସେହି ସମସ୍ତ ଲୋକଙ୍କୁ ଭଲ ପାଆନ୍ତି ଯେଉଁମାନେ ନିଜ ଅଧିକାର ପାଇଁ ଲଢ଼ନ୍ତି। ବୁନୟାନ୍‍ ଅର୍ଥ ଅଟ୍ଟାଳିକା ଓ ମରସୁସ ଅର୍ଥ ମଜବୁତ। ବୁନୟାନ୍‍ ଅଲ୍‍ ମରସୁସ୍‍ ଏକ ଏପରି ଅଟ୍ଟାଳିକାକୁ ସୂଚାଏ ଯାହା ଅତ୍ୟନ୍ତ ମଜବୁତ ଏବଂ ଏକଜୁଟ। ପାକିସ୍ତାନର ସେନା ମୁଖ୍ୟ ଅଲ କାଏଦା କିମ୍ବା ଆଇଏସଆଇଏସ ମୁଖ୍ୟଙ୍କ ପରି ଏହାକୁ ମୁସଲମାନଙ୍କ ଐକ୍ୟ ଓ…

Read More