Author: Purva Paksha

ପାକିସ୍ତାନ ସହ ସୀମାରେ ନିରନ୍ତର ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭବିଷ୍ୟତରେ ଦେଶରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଭାରତ ବିରୁଦ୍ଧରେ ଯୁଦ୍ଧର କାର୍ଯ୍ୟାନୁଷ୍ଠାନ ବା ‘ଆକ୍ଟ ଅଫ୍‌ ଓ୍ୱାର’ଭାବେ ଗ୍ରହଣ କରାଯିବ। ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଭବିଷ୍ୟତରେ ଘଟୁଥିବା ଆତଙ୍କବାଦୀ ଘଟଣାଗୁଡ଼ିକୁ ଯୁଦ୍ଧ ଆରମ୍ଭ କରିବାର ପ୍ରୟାସ ବୋଲି ଗଣାଯାଇ ସେହି ଅନୁଯାୟୀ ଜବାବ ଦିଆଯିବ। ଭାରତ ଏହା ପୂର୍ବରୁ ମଧ୍ୟ ସ୍ପଷ୍ଟ କହିସାରିଛି ଯେ ଏହା ଯେକୌଣସି ଆକ୍ରମଣ ବା ଯୁଦ୍ଧ ପରି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଏହି ଚେତାବନୀ ଗୁରୁତ୍ୱପୂର୍ଣ୍ଣ; କାରଣ ପାକିସ୍ତାନ ଗତ ତିନିରାତି ଧରି ଉତ୍ତର ଭାରତର ସାମରିକ ପ୍ରତିଷ୍ଠାନ ଓ ନାଗରିକ ଅଞ୍ଚଳରେ ଡ୍ରୋନ ଓ ମିସାଇଲ ଆକ୍ରମଣ କରୁଛି। ଏହା ମଧ୍ୟରୁ ପ୍ରାୟ ସବୁକୁ ଭାରତର ଦୃଢ଼ ବାୟୁ ପ୍ରତିରକ୍ଷା ନେଟୱାର୍କ ଦ୍ୱାରା…

Read More