Author: Purva Paksha

ଅପରେସନ୍‍ ସିନ୍ଦୂର ଅପ୍ରତ୍ୟାଶିତ ଲକ୍ଷ୍ୟ ହାସଲ କରିଛି। ଆନ୍ତର୍ଜାତିକ ସୀମାରେଖା ୧୦୦ କିଲୋମିଟର ଭିତରେ ପଶି ଭାରତ ପାକିସ୍ତାନରେ ଥିବା ଆତଙ୍କୀଙ୍କ ଶିବିରକୁ ନଷ୍ଟ କରିଛି ଭାରତ। ଅନେକ ସନ୍ତର୍ପଣତାର ସହ ଭାରତର ସେନା ଏହି କାର୍ଯ୍ୟ କରିଛନ୍ତି। ଭାରତର ରାଜନୀତିକ ଦଳ, ସାଧାରଣ ଜନତାଙ୍କ ଅଭୂତପୂର୍ବ ଏକତା ଏଠାରେ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ବିଜେପି ମୁଖପାତ୍ର ତଥା ପୁରୀର ସାଂସଦ ସମ୍ବିତ ପାତ୍ର। ଏହା ଅପରେସନ୍‍ର ଶତ ପ୍ରତିଶତ ସଫଳତାକୁ ଦର୍ଶାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ସାରାପୃଥିବୀ ଏହି ମିଶନ ମାଧ୍ୟମରେ ଦେଖିଲା ଯେ, ପାକିସ୍ତାନର ପ୍ରତିଟି କୋଣକୁ ନିଜ ଗୁଇନ୍ଦା ସ୍ଥିତିରେ ରଖିଛି। ୨୩ ମିନିଟର ଅପରେସନରେ ୯ ଆତଙ୍କବାଦୀ ଶିବିର ନଷ୍ଟ କରିଥିଲା। ବିଶ୍ୱରେ ଏମିତି କେବେ କୌଣସି ଦେଶ କରିନାହିଁ। ଅପରେସନ୍‍ ସିନ୍ଦୂର ମାଧ୍ୟମରେ ଭାରତ ଯେଉଁପରିଭାବେ ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଭାରତ ନଷ୍ଟ କରିଛି ତାହା ସାରାପୃଥିବୀରେ ପ୍ରଶଂସା…

Read More