Author: Purva Paksha

ଯୁଦ୍ଧ ବିରାମ ଏକ ନୂଆ କଥା ନୁହେଁ, ଯାହା ଭାରତ ଓ ପାକିସ୍ତାନ ଭିତରେ ହୋଇଛି। କିନ୍ତୁ ନୂଆ କଥା ଏହା ଯେ, ଏ ଯୁଦ୍ଧ ବିରାମରେ ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ଯୁଦ୍ଧ ବିରାମରେ ମଧ୍ୟସ୍ଥିର ପ୍ରବେଶ ହୋଇଛି, ଏ ଯୁଦ୍ଧ ବିରାମ ଶତ୍ରୁପକ୍ଷର ଅନୁରୋଧରେ ହୋଇଛି। ତଥାପି ଶତ୍ରୁପକ୍ଷ ବଦଳି ନାହିଁ। ନିଜ ଭୁଲ୍‍କୁ ସ୍ୱୀକାର କରିନାହିଁ। ନିଜର ଅହଂକାରକୁ ପରିତ୍ୟାଗ କରିନାହିଁ କି ଆତ୍ମସମର୍ପଣ କରିନାହିଁ। ଏପରି କ୍ଷେତ୍ରରେ ଏ ବିରାମ କ’ଣ ପୂର୍ଣ୍ଣ ବିରାମ ହେବ? ଏ ପ୍ରଶ୍ନ ଏବେ ସବୁ ଭାରତବାସୀଙ୍କ ମନରେ ଆଶଙ୍କା ସୃଷ୍ଟି କରୁଛି। ଆଉ ଏଭଳି ପରିସ୍ଥିତିକୁ ନେଇ ସରକାର କ’ଣ ଚିନ୍ତା କରୁଛନ୍ତି ତାହା ଜାଣିବା ତ ଦୂରର କଥା। ହେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମ ମହାଭାରତର ଉପାଖ୍ୟାନ କହି ଭାରତୀୟ ମାନସିକତାରେ ଶତ୍ରୁପକ୍ଷର ଦୁର୍ବଳତାକୁ ଦୁର୍ଯ୍ୟୋଧନର ଅହଙ୍କାର ସହ ତୁଳନା କରିଛନ୍ତି। ମହିଳାଙ୍କ ‘ସିନ୍ଦୂର ରକ୍ଷା’…

Read More