Author: Purva Paksha

ଯୁଦ୍ଧ ବିରତି ଘୋଷଣା ପରେ ସ୍ୱାଭାବିକ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନଜୀବନ। ଏହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ଲାଗିଥିବା କଟକଣା କ୍ରମଶଃ ଦୂର ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ବ୍ଲାକ୍‍ଆଉଟ୍‍ ନିର୍ଦ୍ଦେଶ ଉଠିଛି। ଆଜି ଭାରତ ସରକାର ଶ୍ରୀନଗର ବ୍ୟତୀତ କଟକଣା ଲାଗିଥିବା ୩୨ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ପାଇଁ ଉନ୍ମୁକ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେମାବାର ଦିନ ୩୨ଟି ବିମାନ ବନ୍ଦରରେ ନାଗରିକ ବିମାନ ଚଳାଚଳ ପାଇଁ ବିମାନ ଚଳକଙ୍କୁ ଅନୁମତି ବା ନୋଟାମ ପ୍ରଦାନ କରାଯାଇଛି। ଫଳରେ ଆଜି ସକାଳ ୧୦ଟା ପରେ ଏହିସବୁ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ହୋଇପାରିଛି। ଅପରେସନ ସିନ୍ଦୁର ଜନିତ ସୃଷ୍ଟି ହୋଇଥିବା ଉତ୍ତେଜନା, ପାକିସ୍ତାନର ସୀମାପାର ଆତଙ୍କବାଦୀ ଆକ୍ରମଣ ଏବଂ ଡ୍ରୋନ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦରଗୁଡ଼ିକରେ ସୁରକ୍ଷା କଟକଣା ଲଗାଯାଇଥିଲା। ଏହି କଟକଣାଗୁଡ଼ିକ ମୁଖ୍ୟତଃ ଉତ୍ତର ଭାରତର ସୀମାବର୍ତ୍ତୀ…

Read More