Author: Purva Paksha

ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ସଭାପତି ତଥା ବିଗତ ୨୪ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅବିସ୍ମରଣୀୟ ଅଧ୍ୟାୟ। ଜଣେ ଶାନ୍ତ, ସରଳ, କିନ୍ତୁ ଅଦମ୍ୟ ସଂକଳ୍ପବାନ ନେତା ଯିଏ ଦୁଇ ଦଶକ ଧରି ରାଜ୍ୟର ଶାସନ ଡୋରୀକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। କିନ୍ତୁ ୨୦୨୪ର ନିର୍ବାଚନ ଓ ତାହା ପରବର୍ତ୍ତୀ ଘଟଣାବଳୀ ଏହି ଦୀର୍ଘ ଯୁଗରେ ଏକ ନୂତନ ମୋଡ଼ ଆଣିଦେଲା। ଏବେ ଲୋକମାନେ ଯେଉଁ ପ୍ରଶ୍ନ ଉଠାଉଛନ୍ତି, ତାହା ହେଲା ନବୀନଙ୍କୁ ଏପରି ଅବସ୍ଥାରେ କିଏ ପକାଇଲା? ଏହାର ଉତ୍ତର ନିଶ୍ଚିତ ଭାବରେ ଆସିବ, ଆଉ କେହି ନୁହନ୍ତି; ସେ ହେଉଛନ୍ତି ନବୀନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ପାଣ୍ଡିଆନ: ସେବାକାରୀରୁ ରାଜନୀତିକ ମସ୍ତିଷ୍କ ପର୍ଯ୍ୟନ୍ତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନନବୀନଙ୍କ ବିଶ୍ୱସ୍ତ ଅଧିକାରୀ ଭାବରେ ଓଡ଼ିଶା ଶାସନ ବ୍ୟବସ୍ଥାରେ ପ୍ରବେଶ କରିଥିଲେ। ପ୍ରାରମ୍ଭିକ ଅବସ୍ଥାରେ ସେ ଥିଲେ ଅତ୍ୟନ୍ତ ଶିଷ୍ଟ, ସଂଯମୀ, ଓ ଦକ୍ଷ-…

Read More