Author: Purva Paksha

ବିହାର ବିଧାନସଭା ନିର୍ବାଚନ ୨୦୨୫ର ଶେଷ ପର୍ଯ୍ୟାୟ ସମାପ୍ତ ହେବା ସହିତ, ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି- କିଏ ସରକାର ଗଢ଼ିବ? ମଙ୍ଗଳବାର ଦିନ ପ୍ରକାଶିତ ବିଭିନ୍ନ ଏକଜିଟ୍ ପୋଲ ଅନୁଯାୟୀ, ବିହାରର ଜନମତ ଆଉଥରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସପକ୍ଷରେ ଯାଇଛି। ପୋଲଷ୍ଟରମାନଙ୍କ ମଧ୍ୟରେ ପ୍ରାୟ ସମସ୍ତଙ୍କ ମତ ଏକ- ନିତୀଶ କୁମାର ଓ ଭାରତୀୟ ଜନତା ପାର୍ଟିର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଏକ ସୁସ୍ପଷ୍ଟ ବହୁମତ ସହ ପୁଣି ଶାସନ କ୍ଷମତାକୁ ଫେରିପାରେ, ଯେଉଁଠି ବିରୋଧୀ ମହାଗଠବନ୍ଧନ ଆଶା ଅନୁଯାୟୀ ସୁଫଳ ପାଇବ ନାହିଁ। ବିହାରରେ ରାଜନୀତିକ ଜୁଆ: କେଉଁ ଶିବିର କେତେ ଦୃଢ଼ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଶାସନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୨୨ ଆସନ। ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏ (ଜେଡିୟୁ + ବିଜେପି + ଏଲଜେପି-ଆରଭି) ପାଇଁ ଆକଳନ କରାଯାଇଛି ପ୍ରାୟ ୧୪୮ ଆସନ, ଯେଉଁଠି ଆରଜେଡି…

Read More