Author: Purva Paksha

ଅପରେସନ୍ ସିନ୍ଦୁର ପରେ ଭାରତ-ପାକିସ୍ତାନ ମଧ୍ୟରେ ହଠାତ୍ ଯୁଦ୍ଧବିରତି ଘୋଷଣା ହୋଇଛି। କିନ୍ତୁ, ସୋସିଆଲ ମିଡିଆରେ ଏହି ଯୁଦ୍ଧ ଏପର୍ଯ୍ୟନ୍ତ ଥମି ନାହିଁ। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଏକ ପରମାଣୁ ଅଡ୍ଡାକୁ କ୍ଷତି ପହଞ୍ଚିଛି। ଯଦିଓ, ଗୋଟିଏ ଦିନ ପୂର୍ବରୁ ଭାରତୀୟ ବାୟୁସେନା ଏହି ଦାବିକୁ ଖଣ୍ଡନ କରିଥିଲା। ପରମାଣୁ ଆଡ୍ଡା ଉପରେ ଆକ୍ରମଣ ସମ୍ପର୍କରେ ପଚରା ଯାଇଥିବାବେଳେ, ବାୟୁ ଅପରେସନ୍ସର ମହାନିର୍ଦ୍ଦେଶକ (DGAO) ଏୟାର ମାର୍ଶାଲ ଏ.କେ. ଭାରତୀ କହିଥିଲେ ଯେ ସେମାନେ କୌଣସି ପରମାଣୁ ଅଡ୍ଡା ଉପରେ ଆକ୍ରମଣ କରି ନାହାନ୍ତି। ସ୍ମିତହାସ୍ୟ ସହିତ ସେ କହିଥିଲେ ଯେ କିରନା ହିଲ୍ସରେ କୌଣସି ପରମାଣୁ ଆଡ୍ଡା ଥିବା ବାବଦରେ ସେମାନେ କିଛି ଜାଣିନାହାନ୍ତି,ସୂଚନା ଦେଇଥିବାରୁ ଧନ୍ୟବାଦ । ପାକିସ୍ତାନରେ କ’ଣ କରୁଛି ଆମେରିକାର ବିମାନ? ଭାଙ୍ଗ ଖାଇଥିବା ବ୍ୟକ୍ତି ଯେମିତି ନିଜ ମିଶ ଦୁନିଆକୁ ସତ ବୋଲି ଭାବେ ସେମିତି…

Read More