Author: Purva Paksha

ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ବୁଧବାର ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ସେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‍ ସଞ୍ଜୀବ ଖାନ୍ନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ଭାରତୀୟ ନ୍ୟାୟବ୍ୟବସ୍ଥା ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଜଷ୍ଟିସ୍ ଗଭଇ ହେଉଛନ୍ତି ଦଳିତ ମାନ୍ୟତାରୁ ଆସୁଥିବା ଦ୍ୱିତୀୟ ବ୍ୟକ୍ତି ଯିଏ ଏହି ଉଚ୍ଚ ପଦରେ ବସିଛନ୍ତି। ସେ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଅର୍ଥାତ୍ ତାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ତାଙ୍କ ପୂର୍ବରୁ ଏହି ପଦରେ ବସିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ମଧ୍ୟ ୬ ମାସ ରହିଥିଲା।ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷ ହୋଇଗଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ପଦରେ ଜଣେ ହେଲେ ମହିଳା ବସିପାରି ନାହାନ୍ତି। ସେହିପରି ଏତେବର୍ଷ ମଧ୍ୟରେ କେବଳ ୧୧ ଜଣ ମହିଳା ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି। ୧୯୮୯ରେ ଜଷ୍ଟିସ ଫାତିମା…

Read More