Author: Purva Paksha

ରାଜ୍ୟରେ ବିଜେପି ଶାସନକୁ ଏକ ବର୍ଷ ବିତିବାକୁ ଯାଉଛି। କିନ୍ତୁ ଶାସନର ମୌଳିକ ନୀତିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‍ ପ୍ରାୟତଃ ଫେଲ ମାରିଛନ୍ତି। ଯେଉଁ ଅମଲାତନ୍ତ୍ରୀଙ୍କ ଶାସନରେ ଅତିଷ୍ଠ ହୋଇ ରାଜ୍ୟବାସୀ ଏକ ରାଜନୀତିକ ସରକାର ଆଶାରେ ବିଜେପିକୁ ଭୋଟ୍‍ ଦେଇଥିଲେ ତାହା ବିଫଳ ହୋଇଛି। ଏହା ଗୋଟିଏ ମାମଲାରେ ନୁହେଁ। ବାରମ୍ବାର ଏହି ଅଭିଯୋଗ ଆସୁଛି ଯେଉଁଥିରେ ସ୍ପଷ୍ଟ ହେଉଛି ଯେ ଅମଲାଙ୍କ ଚକ୍ରବ୍ୟୁହରେ ପଡ଼ିଛନ୍ତି ମୋହନ ସରକାର। ଏଣୁ ଏହି ବିଷୟକୁ ଗୋଟିଏ ରିପୋର୍ଟରେ ସୀମିତ କରି ନୁହେଁ, ବରଂ ସିରିଜରେ ଆପଣଙ୍କୁ କହିବାକୁ ଚାହିଁବୁ। ଆଜି ଏହାର ପ୍ରଥମ ଏପିସୋଡରେ ଆସନ୍ତୁ ଜାଣିବା ଏମିତି ଜଣେ ଅଧିକାରୀଙ୍କ ବିଷୟରେ ଯିଏ ଚାକିରି ସରିବା ପରେ ବି ମୋହନ ସରକାରଙ୍କୁ ବାଧ୍ୟ କରିଛନ୍ତି ପୁଣିଥରେ ନିଯୁକ୍ତି ଲାଗି। ଅବଶ୍ୟ ଆଇଏଏସ୍‍ ଅଧିକାରୀଙ୍କ ଚରାକିରି ପରେ ରାଜ୍ୟରେ ପୁଣିଥରେ ନିଯୁକ୍ତି କିଛି ନୂଆ କଥା ନୁହେଁ। ଏହା ବିଗତ…

Read More