Author: Purva Paksha

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ତୃଣମୂଳ ପ୍ରଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ବ୍ଲକ୍‍ ଉନ୍ନୟନ ଅଧିକାରୀ ଓ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ବିଡିଓମାନେ ଜନପ୍ରତିନିଧିଙ୍କୁ ସମ୍ମାନ ଦେଉନାହାନ୍ତି ସେମାନେ ସୁଧୁରି ଯାଆନ୍ତୁ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ସରକାର କଥାରେ ନୁହେଁ କାମରେ ଗୁରୁତ୍ୱ ଦେଉଛନ୍ତି ଏଣୁ  କରି ଦେଖାଇବା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏଥିରେ ସାମିଲ ହେବାକୁ ବିଡିଓଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରଠାରେ ବିଡିଓ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ମୁଁ ସିଧାସଳଖ ମୁଖ୍ୟମନ୍ତ୍ରୀ ହୋଇ ନାହିଁ। ସରପଞ୍ଚରୁ ନିର୍ବାଚିତ ହୋଇ ଆଜି ଏହି ପଦବୀରେ ପହଞ୍ଚିଛି। ମୁଁ ତୃଣମୂଳ ପ୍ରଶାସନର କଥା ଜାଣିଛି’। ଏଣୁ ବିଜେଡି ସରକାର ସମୟରେ ଯେମିତି କାର୍ଯ୍ୟ କରୁଥିଲେ ତାହାକୁ ଭୁଲି ଲୋକଙ୍କ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନେକ…

Read More