Author: Purva Paksha

ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ନିଜ ଦଳରେ କୋଣଠେସା କରାଯାଇଛି। ଦଳର ନବ ଘୋଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅରୁଣ ନାହାନ୍ତି। ବିଜେଡିର ଅଣ୍ଡରଗ୍ରାଉଣ୍ଡ ଚାଣକ୍ୟ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ଗୁଡ୍‍ବୁକରେ ଅରୁଣ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ରାଜ୍ୟ ସରକାରରେ ତାଙ୍କ ଗୁରୁତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। ସିଧାସଳଖ ନ ହେଲେ ବି ବିଜେପି ସରକାର ଅରୁଣଙ୍କ କଥାକୁ ସ୍ୱୀକାର କରି ନୀତିରେ ପରିଣତ କରୁଛନ୍ତି। ଏଥିରୁ ରାଜନୀତିକ ଅଙ୍କ ଗଣିତର ନିର୍ଯାସ କ’ଣ ତାହା ତ ଦୂରର କଥା କିନ୍ତୁ ମୋହନଙ୍କ ସରକାର ଯେ ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଗୁରୁତ୍ୱ ଦେବା ଆରମ୍ଭ କରିଛି ତାହା ସ୍ପଷ୍ଟ ହୋଇଛି। ତାହା ନ ହୋଇଥିଲେ, ବିନା କୌଣସି ସୁରାଗରେ ବିଜେପି ସରକାର ପଛୁଆ ବର୍ଗଙ୍କୁ ଲାଗି ଶିକ୍ଷାନୁଷ୍ଠାନରେ ଆରକ୍ଷଣ ବ୍ୟବସ୍ଥା କ’ଣ ଲାଗୁ କରିଥାଆନ୍ତେ? ଏ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଚର୍ଚ୍ଚା…

Read More