Author: Purva Paksha

ନୂଆପଡ଼ା ଉପନିର୍ବାଚନ ଶେଷ ହେବା ସହିତ ସମଗ୍ର ରାଜ୍ୟର ଦୃଷ୍ଟି ଏବେ ଏକ ଚର୍ଚ୍ଚିତ ତଥ୍ୟ ଉପରେ ପଡ଼ିଛି; ତାହା ହେଲା ଏଠାରେ ହୋଇଥିବା ୮୩.୪୫% ମତଦାନ। ଏହା ମାତ୍ର ଏକ ସଂଖ୍ୟା ନୁହେଁ, ଏହା ଏକ ନିର୍ବାଚନୀ ବାର୍ତ୍ତା, ଏକ ରାଜନୀତିକ ଇସାରା, ଯାହା ଗତ ମଇ ୨୦୨୪ରେ ହୋଇଥିବା ବିଧାନସଭା ନିର୍ବାଚନର ୭୫.୪୪% ତୁଳନାରେ ପ୍ରାୟ ୮.୧% ଅଧିକ। ଅର୍ଥାତ୍, ମାତ୍ର ୧୭ ମାସ ମଧ୍ୟରେ ୨୭,୫୦୦ ଅଧିକ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ନୂଆପଡ଼ାର ମତଦାତାଙ୍କ ଭିତରେ ଏକ ସ୍ପଷ୍ଟ ସଚେତନତା ବୃଦ୍ଧି ଓ ରାଜନୀତିକ ବଢ଼ିବାର ତିଆରି ହେବାର ସୂଚନା ଦେଉଛି। ଦାଦନ ଶ୍ରମିକମାନଙ୍କ ଭୋଟରେ ପ୍ରଭାବ ନୂଆପଡ଼ା ଓ ପାଖପାଖି ଅଞ୍ଚଳ ଦୀର୍ଘ ଦିନ ଧରି ଦାଦନ ଶ୍ରମିକ ବହୁଳ ଅଞ୍ଚଳ ଭାବରେ ଜଣାଶୁଣା। ପ୍ରତିବର୍ଷ ଶତାଧିକ ଶ୍ରମିକ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରର କାରଖାନା, ଇଟାଭାଟି ଓ ଖେତରେ ଖଟିବାକୁ…

Read More