Author: Purva Paksha

ଓଡ଼ିଶାର ରାଜନୀତିରେ ୨୦୨୪ ପରବର୍ତ୍ତୀ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କଲେ ରାଜ୍ୟର ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ଶେଷ ଭାଗ ଜାଣିବା ଦରକାର। ଏହି ଶେଷ ଭାଗରେ ଘଟିଥିବା ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଏବଂ ନେତୃତ୍ୱ ଭିତରେ ଜାଗା ନେଇଥିବା ବାହାରି ଲୋକଙ୍କ ମୁଖ୍ୟ ଭୂମିକା ସ୍ପଷ୍ଟ ହୋଇପାରେ। ଅନେକ ରାଜନୀତିକ ବିଶ୍ଳେଷକମାନେ ଏହି ଦଶାକୁ “ଜୟଚନ୍ଦ୍ର ସିଣ୍ଡ୍ରୋମ” ବୋଲି ଉପମା ଦେବାକୁ ଆରମ୍ଭ କରିଛନ୍ତି-ଯେଉଁଠାରେ ଦଳର ଭିତରେ ଅସୁରକ୍ଷା, ଏହି ସମୟରେ ନେତୃତ୍ୱ ଦ୍ୱନ୍ଦ୍ୱ ଓ ନିଜ ସହଯୋଗୀଙ୍କୁ ପରାଜିତ କରିବା ପାଇଁ ବାହ୍ୟ ଶକ୍ତିର ଉପରେ ନିର୍ଭରତା ଶେଷରେ ଦଳକୁ ଦୁର୍ବଳ କରିଦେଲା। ଆଜିର ଆଲୋଚନାରେ ରହିଛି- ପାଣ୍ଡିଆନଙ୍କ ଆଗମନର ରାଜନୀତିକ ପୃଷ୍ଠଭୂମି, ବିଜେଡି ଭିତରର ଅନ୍ତର୍ଦ୍ୱନ୍ଦ୍ୱ, ଶାସନ ହାରାଇବା ପରେ ଦଳୀୟ ଅସ୍ମିତା ସଙ୍କଟ, ଏବଂ  ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ଭବିଷ୍ୟତର ମୂଲ୍ୟାଙ୍କନ। ଜୟଚନ୍ଦ୍ର ଉପମା: ରାଜନୀତିକ ଅନ୍ତର୍ଦ୍ୱନ୍ଦ୍ୱର ଏକ ପ୍ରତୀକ…

Read More