Author: Purva Paksha

ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାୱାଲ ଭୁଟ୍ଟୋଙ୍କ ଅଣ-ଅଜା ଶାହନୱାଜ ଭୁଟ୍ଟୋଙ୍କର ଜୁନାଗଡ଼ ସହିତ ଏକ ବିଶେଷ ସମ୍ପର୍କ ଥିଲା। ଶାହନୱାଜ ସିନ୍ଧ ଅଞ୍ଚଳର (ଲରକାନା) ଜଣେ ବଡ଼ ଜମିଦାର ଥିଲେ। ସେତେବେଳେ ତାଙ୍କ ପାଖରେ ପ୍ରାୟ ଦୁଇ ଲକ୍ଷ ପଚାଶ ହଜାର ଏକରରୁ ଅଧିକ ଜମି ଥିଲା। ଜୁନାଗଡ଼ର ଦିଓ୍ୱାନଭାବେ ସେ ସେଠାକାର ନୱାବଙ୍କୁ ଭାରତ ବିରୋଧରେ ଖୁବ୍‍ ଉସକାଇଥିଲେ। କିନ୍ତୁ ପାକିସ୍ତାନ ଯାଇ ଏହି ନୱାବଙ୍କର ନୱାବୀ ସମାପ୍ତ ହୋଇଯାଇଥିଲା। ପରିସ୍ଥିତି ଏମିତି ଯେ, ଏବେ ସେହି ନବାବ ପରିବାରର ନବାବୀ ନାହିଁ। ନବାବ ପରିବାର ଚପରାସୀଠାରୁ କମ ଦରମାରେ ଚଳୁଛନ୍ତି। ଜୁନାଗଡ଼ର ନୱାବ ମହାବତ ଖାନ ତୃତୀୟ ଥିଲେ ଜଣେ ମୁସଲମାନ ଶାସକ, ଯାହାଙ୍କ ରାଜ୍ୟରେ ପ୍ରାୟ ୮୦% ହିନ୍ଦୁ ଜନସଂଖ୍ୟା ଥିଲେ। ୧୯୪୭ରେ ଭାରତ ବିଭାଜନ ସମୟରେ ତାଙ୍କୁ ନିଜ ରାଜ୍ୟକୁ ଭାରତ କିମ୍ବା ପାକିସ୍ତାନ ସହିତ ମିଶ୍ରଣ କରିବାର ବିକଳ୍ପ ଦିଆଯାଇଥିଲା। ଶାହନୱାଜ ଭୁଟ୍ଟୋଙ୍କ…

Read More