Author: Purva Paksha

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ମଞ୍ଚ ସେୟାର କରିଥିଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଜମ୍ମୁ-କାଶ୍ମୀରର ରାଜ୍ୟ ମାନ୍ୟତା ଫେରାଇ ଆଣିବା ପାଇଁ ଏକ ନୂତନ ପ୍ରୟାସ କରିଥିଲେ ।   ଅବଦୁଲ୍ଲା ଦର୍ଶାଇଛନ୍ତି ଯେ ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ରାଜ୍ୟମନ୍ତ୍ରୀ ପଦରୁ ତାଙ୍କ ବର୍ତ୍ତମାନର ପଦବୀକୁ ପଦୋନ୍ନତି ଦିଆଯାଇଥିଲା  ।  କିନ୍ତୁ ନ୍ୟାସନାଲ କନଫରେନ୍ସ ନେତାଙ୍କୁ ପ୍ରଭାବଶାଳୀ ଭାବରେ ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ପଦକୁ ଅବନତ କରାଯାଇଥିଲା । “ଏହି ମଞ୍ଚରେ ଚାରି ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ କତ୍ରା ରେଳ ଷ୍ଟେସନର ଉଦଘାଟନ ସମୟରେ (୨୦୧୪ରେ) ଉପସ୍ଥିତ ଥିଲେ । ଆପଣ ନିର୍ବାଚନ ଜିତି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସେତେବେଳେ ଉପସ୍ଥିତ ଥିଲେ ଏବଂ ଆମର ଉପରାଜ୍ୟପାଳ ମନୋଜ ସିହ୍ନା ସାହେବ ରେଳ…

Read More