Author: Purva Paksha

ଆସନ୍ତା କାଲିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧାସଳକ ବିମାନ ଯାତ୍ରା କରିବାର ସୁବିଧା ପାଇବେ ଯାତ୍ରୀ । ବିମାନ ପରିବହନ ସମ୍ପତ୍ତି ଏବଂ ନେଟୱାର୍କର ନିର୍ମାଣ ପରିଚାଳନା (B-MAAN) ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଜଣାପଡିଛି। ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ଓଡ଼ିଶା ବିମାନ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ। ଇଣ୍ଡିଗୋ ସପ୍ତାହରେ ତିନିଥର ଏହି ସେବା ପ୍ରଦାନ କରିବ। ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଉଏମିରେଟ୍ସର ରାଜଧାନୀ ଆବୁଧାବିକୁ ଏହି ଡାଇରେକ୍ଟ ବିମାନ ଚଳାଚଳ କରିବ। ଏହି ସେବା ଅନ୍ତର୍ଜାତୀୟ ସଂଯୋଗ ବୃଦ୍ଧି ଏବଂ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଇଣ୍ଡିଗୋର ୱେବସାଇଟ୍ ଅନୁଯାୟୀ, ନନ୍-ଷ୍ଟପ୍ ବିମାନ ଭୁବନେଶ୍ୱରରୁ…

Read More