Author: Purva Paksha

ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନବଯୌବନ ବେଶର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ରାତି ପାହିଲେ ରଥଯାତ୍ରା। ଆପଣଙ୍କୁ ଆଜି ଓଡ଼ିଶା ରାଜନୀତି କଥା କହିବାକୁ ବିଷୟ ବାଛିବାବେଳେ ଅନ୍ତର୍ବେଦୀ ରାଜା ଜୟଚନ୍ଦ୍ରଙ୍କ କଥା ମନେପଡ଼ୁଛି। ସେହି ଜୟଚନ୍ଦ୍ର ଯିଏ ଗଙ୍ଗାକୂଳରେ କନୌଜ ଓ ବାରଣାସୀ ଭଳି ସହରକୁ ଶାସନ କରୁଥିଲେ। ଯାହାଙ୍କ ରାଜ୍ୟରେ ଅନେକ ବିଦ୍ୱାନ ପ୍ରତିଦିନ ଗଢ଼ା ହେଉଥିଲେ, ସାରାଦେଶର ହିନ୍ଦୁ ପଣ୍ଡିତମାନଙ୍କର ଏଥିପ୍ରତି ଆକର୍ଷଣ ଥିଲା। ଆଜିକା ବିହାର ଓ ଉତ୍ତର ପ୍ରଦେଶର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିଲା ତାଙ୍କ ରାଜ୍ୟ ଅନ୍ତର୍ବେଦୀ। ହେଲେ ୧୧୯୪ ମସିହାରେ ଯମୁନା ନଦୀକୂଳରେ ଘୋରୀ ବଂଶର ସେନାଧ୍ୟକ୍ଷ କୁତବୁଦ୍ଦିନ୍‍ ଆଇବାକଙ୍କ ସହ ଯୁଦ୍ଧରେ ତାଙ୍କ ଜୀବନ ଚାଲିଯାଇଥିଲା। ମୃତ୍ୟୁର ଅନେକ ବର୍ଷ ପରେ ଗୋଟିଏ କବିତା ସାମ୍ନାକୁ ଆସିଲା; ଯେଉଁଥିରେ ତାଙ୍କର ସବୁଗୁଣ ପାଣିରେ ପଡ଼ି ଅସାର ହୋଇଗଲା। ସେ ପରିଚିତ ହେଲେ ଜଣେ କୃତଘ୍ନ ଧୋକାବାଜ୍‍ ଭାବରେ। ଏହି କବିତା ଅନୁସାରେ…

Read More