Author: Purva Paksha

ରାଜ୍ୟର ଲୋକଙ୍କ ସେବା ପାଇଁ ସରକାରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ଆନ୍ଦୋଳନ କରିପାରିବେ କି? ପୁଣି ସେ ଆନ୍ଦୋଳନ ଗୋଷ୍ଠୀଭିତ୍ତିରେ ଜଣେ ଲୋକ ବିରୋଧରେ ପ୍ରେରିତ ହୋଇପାରିବ କି? ଗତ ତିନିଦିନ ହେଲା ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନରେ ଅତିରିକ୍ତ କମିଶନରଙ୍କୁ ମାଡ଼ ପ୍ରତିବାଦରେ ଯେଉଁଭଳି ଭାବେ ସାରାରାଜ୍ୟର ପ୍ରଶାସନିକ ସେବା ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି ତାହା ଆଇନ ଦୃଷ୍ଟିରେ ଯୁକ୍ତିଯୁକ୍ତ କି? ସାଧାରଣ ଲୋକଙ୍କୁ ସେବା ଦେବାକୁ ନିଯୁକ୍ତି ପାଇଥିବା ଏ ଅଧିକାରୀଙ୍କୁ ସାଧରଣ ଲୋକଙ୍କ ସେବା ବ୍ୟାହତ କରିବାର ଅଧିକାର କିଏ ଦେଇଛି? କାହା ବଳରେ ବଳୀୟାନ ହୋଇଛନ୍ତି ରାଜ୍ୟ ପ୍ରଶାସନିକ ଅଧିକାରୀ ସଂଘ। ଏମିତି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି ଆଉ ସେ ସବୁକୁ ବିଶ୍ଳେଷଣ କରିବା। ଗଲା ତିନିଦିନ ହେଲା ରାଜ୍ୟ ପ୍ରଶାସନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ୩୦ ତାରିଖରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‍ର ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା, ସର୍ବସମ୍ମୁଖରେ ଅପମାନିତ…

Read More